ସୋନିଆ ମାଗିଲେ ସମୟ
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)କୁ ଚିଠି ଲେଖିଛନ୍ତି। ଇଡି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଛନ୍ତି। କୋଭିଡ ଏବଂ ଫୁସଫୁସ ସଂକ୍ରମଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ମିଳିବା ଉଚିତ୍ ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି। ନ୍ୟାଶନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଡକାଇଛି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ, ସୋନିଆ ଗାନ୍ଧୀ କୋଭିଡ ଏବଂ ଫୁସଫୁସ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଘରେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ସଭାପତି ଆଜି ଇଡିଙ୍କୁ ଏକ ଚିଠି ଲେଖି ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ତାଙ୍କ ହାଜର ହେବାର ତାରିଖ ବଢାଯାଉ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପରେ ସ୍ବାସ୍ଥ୍ୟଗତ ଜଟିଳତା ହେତୁ ୭୫ ବର୍ଷିୟା ସୋନିଆ ଗାନ୍ଧୀଙ୍କୁ ଜୁନ ୧୨ରେ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଜୁନ ୨୦ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।
Comments are closed.