ଯୋଶୀମଠରୁ ସୈନ୍ୟଙ୍କୁ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଚୀନ୍-ଭାରତ ମଧ୍ୟବର୍ତ୍ତୀ ସୀମାରେଖା ଏଲ୍‌ଏସି ନିକଟସ୍ଥ ଉତ୍ତରାଖଣ୍ଡର ଯୋଶୀମଠ ଦବୁଥିବା ପରିପ୍ରେକ୍ଷୀରେ ଉକ୍ତ ଅଞ୍ଚଳରୁ ବହୁସଂଖ୍ୟାରେ ଯବାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର କହିଛନ୍ତି।

ତେବେ କେତେ ସୈନ୍ୟଙ୍କୁ ସ୍ଥାନାନ୍ତରିତ କରାଯାଇଛି ସେ ବିଷୟରେ ପାଣ୍ଡେ ବିଶଦ ସୂଚନା ଦେଇ ନ ଥିବା ବେଳେ କହିଛନ୍ତି ଯେ ଯୋଶୀମଠ ଆଖପାଖରେ ଥିବା ପ୍ରାୟ ୨୦ଟି ସାମରିକ କୋଠା ସାମାନ୍ୟ ବା ମଧ୍ୟମ ଧରଣର କ୍ଷତିଗ୍ରସ୍ତ ହୋଇଛି। ପାଣ୍ଡେ କହିଛନ୍ତି ସୁରକ୍ଷା ଦୃଷ୍ଟିରୁ ଦରକାର ହେଲେ ଅଧିକ ଯବାନଙ୍କୁ ସ୍ଥାନାନ୍ତର କରାଯିବ। କିନ୍ତୁ ଆମର ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ପାଇଁ ପ୍ରସ୍ତୁତିରେ କିଛି ତ୍ରୁଟି ହେବ ନାହିଁ ବୋଲି ସେ କହିଛନ୍ତି।

Comments are closed.