ସ୍ମୃତି ଇରାନି ଓ ଜ୍ୟୋତିରାଦିତ୍ୟଙ୍କୁ ନୂଆ ଦାୟିତ୍ଵ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପାଇଛନ୍ତି। ଏହା ସହିତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମୁଖକ୍ତାର ଅବ୍ବାସ ନକଭି ଓ ଆରସିପି ସିଂହ ଦୁଇ ମନ୍ତ୍ରଣାଳୟ ପଦରୁ ଇସ୍ତଫା ଦେବା ପରେ ଏହି ମନ୍ତ୍ରଣାଳୟାର ଅତିରିକ୍ତ ଦାୟିତ୍ୱ ବଣ୍ଟନ ହୋଇଛି। ଆମିଠିରେ ଲୋକସଭା ନିର୍ବାଚନରେ ​​କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବା ପରେ ସ୍ମୃତି ଇରାନୀ ସଂସଦରେ ପହଞ୍ଚିଥିଲେ। ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ବିଜେପିର ରାଜ୍ୟସଭା ସାଂସଦ ଅଟନ୍ତି।

ସୂଚନା ଥାଉକି, ଆଜି ମୁଖକ୍ତାର ଅବ୍ବାସ ନକଭି ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗ ପରିଚାଳନା କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନାକଭି ଇସ୍ତଫା ଦେଇଛନ୍ତି। ନାକଭି ଆଜି ତାଙ୍କର ଶେଷ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ସେ ଜଣେ ଭଲ ମନ୍ତ୍ରୀ ଭାବେ କାମ କରିଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରି କହିଥିଲେ।

Comments are closed.