କାହିଁକି ମମତାଙ୍କୁ ଏମିତି କହିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା :କୌଣସି ନା କୌଣସି କାରଣରୁ ସବୁବେଳେ ମୁହମୁହିଁ ପଶ୍ଚିମବଙ୍ଗ ରାଜନୀତି । ତିହାର ଜେଲ ଯିବେ ମମତା ବାନାର୍ଜୀ। ଏହା କହିଛନ୍ତି ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦଳର ଜଣକ ପରେ ଜଣେ ନେତା ଦୁର୍ନୀତି ଜାଲରେ ଫସିବା ପରେ କିଛି ଏମିତ ଟାର୍ଗେଟ କରି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମ୍‌ସି ପୁଣି ମୁହାଁମୁହିଁ ହୋଇଛନ୍ତି। ଗୋରୁ ଚୋରାଚାଲାଣ ମାମଲାରେ ତଦନ୍ତର ସମ୍ମୁଖୀନ ‌ହୋଇଥିବା ଅନୁବ୍ରତ ମଣ୍ଡଳଙ୍କ ସପକ୍ଷରେ ମମତା ଥିବାବେଳେ ଏହି ପ୍ରସଙ୍ଗରେ ବିଜେପି ନେତା ଶୁ‌ଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଂଜ କରିଛନ୍ତି।

୨୦୧୦ରେ ବୀରଭୂମ ଜିଲ୍ଲାର ମଙ୍ଗଳକୋଟ ବିସ୍ଫୋରଣ ମାମଲାରେ ଅନୁବ୍ରତ ମଣ୍ଡଳ ଏବଂ ଅନ୍ୟ ୧୩ ଜଣ ଶୁକ୍ରବାର ଦୋଷମୁକ୍ତ ହୋଇଥିଲେ। ଦୋଷମୁକ୍ତ ହେବାପରେ ମଣ୍ଡଳ ଦାବି କରିଥିଲେ ଯେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିଲା।

Comments are closed.