ଶ୍ରୀଲଙ୍କା ସ୍ଥିତି ଜଟିଳ, ରାଷ୍ଟ୍ରପତିଙ୍କ ବସଭାବନରୁ ମିଳିଲା କୋଟି କୋଟି ଟଙ୍କା

କଲମ୍ବୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ପ୍ରଦର୍ଶନକାରୀ ବିରୋଧକୁ ଆହୁରି କଡ଼ା କରି ରାଷ୍ଟ୍ରପତି ଭବନକୁ ନିଜ ଅଧୀନକୁ ନେଇଛନ୍ତି। ଏସବୁ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ ରେ ଇସ୍ତଫା ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ବଢୁଥିବା ହିଂସାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂଘେ ମଧ୍ୟ ଇସ୍ତଫା ଦେଇଛନ୍ତି।
ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭକାରୀମାନେ ରବିବାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସରକାରୀ ବାସଭବନ ଉପରେ ଚଢାଉ କରି କୋଟି କୋଟି ଟଙ୍କା ଜବତ କରିଥିବା ଦାବି କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓରେ ବିକ୍ଷୋଭକାରୀମାନେ ଜବତ କରିଥିବା ନୋଟଗୁଡ଼ିକୁ ଗଣୁ ଥିବା ଦେଖାଯାଇଛି। ଉଦ୍ଧାର ହୋଇଥିବା ଟଙ୍କା ସୁରକ୍ଷା ୟୁନିଟ୍‌କୁ ହସ୍ତାନ୍ତର କରାଯାଇଛି।

Comments are closed.