ସ୍ନାନଯାତ୍ରା ପୂର୍ବରୁ ବନ୍ଦ ଶ୍ରୀମନ୍ଦିର
ଭୁବନେଶ୍ୱର: ସ୍ନାନଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ବନ୍ଦ । ପ୍ରଥମ ଥର ପାଇଁ ସ୍ନାନପୂଣ୍ଣର୍ମୀ ପୂର୍ବଦିନ ମନ୍ଦିରର ୪ ଦ୍ୱାରକୁ ବନ୍ଦ କଲା ପ୍ରଶାସନ । ପୂର୍ବରୁ ଏଭଳି ଦେଖିବାକୁ କେବେ ମିଳିନଥିଲା । ଦର୍ଶନ ବନ୍ଦ ରୁହେ ହେଲେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲା ରୁହେ । ଚଳିତଥର ମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣରେ ତ୍ରୀବ ନିନ୍ଦା କରାଯାଇଛି ।
ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆଜି ମହାପ୍ରଭୁଙ୍କ ସେନାପଟା ଲାଗି । ସେଥିପାଇଁ ଭୋର୍ ୫ଟାରୁ ଅପରାହ୍ଣ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଥିଲା । ଏବେ ୪ଦ୍ୱାର ବନ୍ଦ ନେଇ ସୂଚନା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଚାରମାଳ ପିନ୍ଧା ସହିତ ସେନାପଟା ବନ୍ଧା ଗୁପ୍ତନୀତି ଅନୁଷ୍ଠିତ ହେବ । ଅନ୍ୟପଟେ ଅଣସରରେ ରହିବା ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ । ଆସନ୍ତାକାଲି ଘଣ୍ଟଘଣ୍ଟା କାହାଳୀ ସହିତ ଉତ୍ସବରେ ପଟି ଦିଅଁଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।
ବିଶ୍ବ ନିୟନ୍ତା ମହାପ୍ରଭୁ। ବେଶ୍ ସ୍ବତନ୍ତ୍ର ତାଙ୍କର ଲୀଳାଖେଳା । ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ବରରେ ପିଡୀତ ହେବେ ଶ୍ରୀଜିଉ । ଉପଚାର ଲାଗି ଅଣସର ଘରେ ଚାଲିବ ଗୁପ୍ତସେବା । ଏହି ସମୟରେ ରତ୍ନ ସିଂହାସନରେ ପୂଜା ପାଇବେ ପଟି ଦିଅଁ ।
Comments are closed.