ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବର୍ଷିଲେ ଶଙ୍କରାଚାର୍ଯ୍ୟ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହାକୁ ନେଇ ଶଙ୍କରାଚାର୍ଯ୍ୟ ନିଜର ମତ ରଖିଛନ୍ତି । ପୁରୀରେ ବିକାଶ ନାଁ’ରେ ଚାଲିଥିବା କାର୍ଯ୍ୟକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ପୁରୀରେ ବିକାଶ ନାଁ’ରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି । ଶାସନତନ୍ତ୍ରର ଦାୟିତ୍ୱ ତୀଥସ୍ଥଳୀକୁ ଭୋଗସ୍ଥଳୀ ନକରିବା । ତୀର୍ଥସ୍ଥଳୀକୁ ସୁରାସୁନ୍ଦରୀଙ୍କ କେନ୍ଦ୍ର ନକରିବା ଶାସନତନ୍ତ୍ରର ଦାୟିତ୍ୱ । ଆମେ ବିକାଶ ଚାହୁଁଛୁ, ପରନ୍ତୁ ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ । ଶାସନମାର୍ଗ ପ୍ରଶସ୍ତ ନାଁ’ରେ ପାରମ୍ପରିକ ମଠ ଗୁଡିକ ଭାଙ୍ଗି ଦିଆଗଲା, ଦେବୀ ଓ ଦେବତା ମନ୍ଦିର ବି ବିଲୁପ୍ତ କରି ଦିଆଗଲା । ଶାସନତନ୍ତ୍ର ଲୋକମାତକୁ ନେଇ ବଳଶାଳୀ ଭାବିବା ଅନୁଚିତ୍ । ଯେଉଁ ଦଳକୁ ଲୋକେ ବର୍ଷାଧିକ କାଳ ସମର୍ଥନ କରିଛନ୍ତି ଜାଣିବା ଦରକାର । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରୀ ହେଉଛି ଧାର୍ମିକ ରାଜଧାନୀ ଓ ଏହାକୁ ବିକୃତ ଓ ବିଲୁପ୍ତ କରିବା ପାଇଁ ପ୍ରୟାସ ଚାଲିଛି ।ଏହାକୁ ମାର୍ଗ ପ୍ରଶସ୍ତ ନାଁ’ରେ ପ୍ରଦର୍ଶନସ୍ଥଳୀ ଓ ପିକ୍ନିକ୍ ସ୍ଥଳୀ କରିବା ଠିକ୍ ନୁହେଁ । ତପସ୍ଥଳୀକୁ ଭୋଗସ୍ଥଳୀ କଲେ ଦେବତା କୋପ କରିବେ । ଦେବୀ ଦେବତା କୋପ କଲେ ଓଡିଶାା ପ୍ରତି ସଙ୍କଟ ସୃଷ୍ଟି ହେବ । ତେଣୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତାଙ୍କ କଥାକୁ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି । ଦେବାଦେବୀ ପୀଠ ଭଙ୍ଗା ଯାଇଥିବାରୁ କ୍ଷୋଭ ପ୍ରକାଶ କରନ୍ତୁ ଓ ଭବିଷ୍ୟତରେ ଆଉ ଏପରି ଦୁଃସାହସ କରନ୍ତୁ ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
Comments are closed.