ବିଶ୍ୱର ସବୁଠୁ ଛୋଟ ମଣିଷ

ନୂଆଦିଲ୍ଲୀ : ନେପାଳର ଦୋରା ବାହାଦୁର ଖାପାଙ୍ଗି ବିଶ୍ୱର ସବୁଠୁ ଗେଡା ମଣିଷ ଭାବେ ବିବେଚିତ ହୋଇଛନ୍ତି । ତାଙ୍କ ନାମ ଗିନିସ୍ ବୁକ୍ ରେକର୍ଡରେ ସ୍ଥାନ ପାଇଛି । ଖାପାଙ୍ଗିଙ୍କ ଉଚ୍ଚତା ମାତ୍ର ୨ଫୁଟ୍ ୪.୯ଇଞ୍ଚ ବା ୭୩.୪୩ ସେଣ୍ଟିମିଟର । ସେ କାଠମାଣ୍ଡୁ ନିକଟ ଏକ ଗ୍ରାମରେ ୨୦୦୪ ନଭେମ୍ବର ୧୪ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ଏବେ ୧୮ ବର୍ଷ । ସବୁଠୁ ଗେଡା ମହିଳା ଭାବେ ଭାରତର ଜ୍ୟୋତି ଆମ୍ଗେଙ୍କ ନାମ ୨୦୦୯ରୁ ବଳବତ୍ତର ରହିଛି ।

ତାଙ୍କ ଉଚ୍ଚତା ମାତ୍ର ୨ଫୁଟ୍ ବା ୬୧. ୯୫ ସେଣ୍ଟିମିଟର । ତାଙ୍କୁ ଏବେ ୨୮ବର୍ଷ । ପୂର୍ବରୁ ଖଗେନ୍ଦ୍ର ଥାପା ମାଗର ବିଶ୍ୱର ସବୁଠୁ ଗେଡା ମଣିଷ ଥଲେ । ତାଙ୍କ ଉଚ୍ଚତା ୨ଫୁଟ ୨ଇଞ୍ଚ ଥିଲା । ୨୦୨୦ରେ ତାଙ୍କର ୩୨ ବର୍ଷରେ ମୃତୁ୍ୟ ଘଟିଥିଲା ।

Comments are closed.