ଏବେ ଶିବରାଜ ନୁହେଁ , ମୋହନଙ୍କ ଯୁଗ ଆରମ୍ଭ

ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ଯୁଗ । ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନେ ହେଲେ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ମଧ୍ୟପ୍ରଦେଶର ବାଚସ୍ପତି ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଶପଥ ଗ୍ରହଣ ସମାରୋହ ନିମନ୍ତେ ଭୋପାଳରେ ଭବ୍ୟ ଆୟୋଜନ କରାଯାଇଛି । ଆଜି ପୂର୍ବାହ୍ନ ୧୧ଟା ୩୦ରେ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ,ବିଧାନସଭା ବାଚସ୍ପତି ନରେନ୍ଦ୍ର ତୋମାର ବି ମଞ୍ଚ ଉପରେ ଉପସ୍ଥିତ ଥିଲେ।

Comments are closed.