ବିଜେପିକୁ ଟାର୍ଗେଟ କରି ଏମିତି କହିଲେ ଶଶି ଥରୁର

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ଥରୁର ତା‌ଙ୍କର ଜ୍ଞାନ ଏବଂ ଇଂରାଜୀ ଭାଷା ଉପରେ ଦଖଲ ପାଇଁ ବେଶ୍‌ ଜଣାଶୁଣା। ସେ ଅନେକ ସମୟରେ ଇଂରାଜୀ ଭାଷାର ଅତି ଜଟିଳ ଶବ୍ଦ ବ୍ୟବହାର କରିଥାନ୍ତି। ସାମାଜିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ହୋଇଥାଏ। ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ନେହରୁଙ୍କ ସାଙ୍ଗିଆକୁ ଗାନ୍ଧି ପରିବାର ସଦସ୍ୟମାନେ(ରାହୁଲଙ୍କୁ ଲକ୍ଷ୍ୟକରି) କାହିଁକି ବ୍ୟବହାର କରିବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି ପଚାରିଥିଲେ। କଂଗ୍ରେସ ଏହାକୁ ନିନ୍ଦା କରିବା ସହିତ ଭାରତରେ କିଏ ଅଜାଙ୍କ ସାଙ୍ଗିଆ ବ୍ୟବହାର କରନ୍ତି ବୋଲି ପଚାରିଥିଲା।

ବିଜେପି ନେହୁରୁଙ୍କ ଚିନ୍ତାରୁ ବାହାରି ପାରୁନାହିଁ ବା କେବଳ ନେହରୁଙ୍କୁ ଅତ୍ୟଧିକ ଚିନ୍ତା କରୁଛି ବୋଲି ଦର୍ଶାଇ ଜଣେ ଟ୍ବିଟର ବ୍ୟବହାରକାରୀ ଏ ନେଇ କିଛି ଶବ୍ଦ ଅଛି କି ବୋଲି ଥରୁରଙ୍କୁ ପଚାରିଥିଲେ। ଥରୁର ଏହାର ଉତ୍ତରରେ ‘ମାଲ୍‌ଫିଜିନ୍ସ’(Malfeasance) ବୋଲି ଲେଖିଛନ୍ତି। ଏହାର ଅର୍ଥ ହେଲା ଜଣେ ସରକାରୀ ଅଧିକାରୀଙ୍କ ଭୁଲ ଆଚରଣ।

Comments are closed.