ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଶାମି

ନୂଆଦିଲ୍ଲୀ: ପୂର୍ବରୁ ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଅ‌ାଜି ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ବିଶ୍ବକପ୍‌ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିସ କରିଥିଲା। ସାମି ବିଶ୍ୱକପ୍ ୨୦୨୩ର ଶ୍ରେଷ୍ଠ ବୋଲର୍‌ ପାଲଟିଥିଲେ। ସେ ୭ଟି ମ୍ୟାଚ୍‌ରେ ୨୪ ୱିକେଟ୍‌ ନେଇଥିଲେ।

ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି। ଅଜୁର୍ନ ପୁରୁସ୍କାର ପାଇବାକୁ ଥିବା କ୍ରୀଡ଼ାବିତ୍‌ମାନଙ୍କ ନାମ ନିମ୍ନରେ ଉଲ୍ଲେଖ କରାଯାଇଛି।

 

Comments are closed.