କେନ୍ଦ୍ରକୁ ଟା‌ର୍ଗେଟ କରିଛନ୍ତି ପୁଣି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ଶ୍ରୀନଗର: ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆକ୍ରମଣର ରିପୋର୍ଟ କେନ୍ଦ୍ର ଦେଇନାହିଁ। ଏହି ଘଟଣା ମିଛ ନୁହେଁ ତ? ଆଜି ଏଭଳି ପ୍ରଶ୍ନ କରି କେନ୍ଦ୍ରକୁ ଟା‌ର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସୋମବାର କହିଛନ୍ତି ଯେ, ୨୦୧୬ରେ ଉରୀରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦରେ ରିପୋର୍ଟ ରଖିନାହିଁ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ଜମ୍ମୁରେ ଚାଲୁଥିବା ବେଳେ ସୋମବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ, “ଆମର ୪୦ଜଣ ସିଆରପିଏଫ ଯବାନ ପୁଲୱାମାରେ ସହିଦ ହୋଇଥିଲେ। ସିଆରପିଏଫ ଯବାନଙ୍କୁ ବିମାନରେ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ରାଜି ହୋଇନଥିଲେ। ଅନୁମତି ନମିଳିବା ପରେ ସିଆରପିଏଫ ଯବାନଙ୍କୁ ଗାଡ଼ିରେ ଯିବାକୁ ପଡ଼ିଥିଲା। ଏହା ପରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ।

Comments are closed.