ବଡମ୍ବାର ପ୍ରସିଦ୍ଧ ସିଂହନାଥଦେବଙ୍କ ପୀଠରେ ଐତିହାସିକ ମକରମେଳା ବାତିଲ, ଆଜିଠୁ ଲାଗୁ ହେଲା ୧୪୪ ଧାରା
ଆଠଗଡ(ସନ୍ତୋଷ ବଳବନ୍ତରାୟ) : ଆସନ୍ତା କାଲି ହେବାକୁ ଥିବା ପ୍ରସିଦ୍ଧ ମକର ଯାତ୍ରା କୁ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ | ସୂଚନାରୁ ପ୍ରକାଶ ଯେ ମହାମାରୀ କରୋନାର ବ୍ୟାପକତା ଏବଂ ନୂତନ ଭୂତାଣୁ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରସିଦ୍ଧ ସିଂହନାଥ ଦେବଙ୍କ ପୀଠରେ ଆସନ୍ତା କାଲି ୧୪ ତାରିଖ ଶୁକ୍ରବାର ହେବାକୁ ଥିବା ଐତିହାସିକ ବାଲି ମକରମେଳାକୁ ପ୍ରଶାସନ ବାତିଲ କରିଛି | ମହାନଦୀର ବକ୍ଷସ୍ଥଳରେ ଅବସ୍ଥିତ ଏହି ପୀଠକୁ ଓଡ଼ିଶାର ଦୀର୍ଘତମ (ଟି) ସେତୁ ସଂଯୋଗ କରିଥିବାରୁ ପ୍ରତ୍ୟହ ହଜାରହଜାର ଦର୍ଶକଙ୍କ ସମାଗମ ହେଉଛି । ଭିଡ଼ ଓ ଜନଗହଳିକୁ ଦୃଷ୍ଟିରେ ରଖି ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ତପନ କୁମାର ପରିଡ଼ା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପୀଠରେ ଆଜି ସକାଳ ୬ଟାରୁ ୧୬ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୪ଦିନ ପାଇଁ ୧୪୪ ଧାରା ଜାରି କରିଛନ୍ତି। ଏହି ସମୟରେ ମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ପୀଠରେ ପ୍ରବେଶ ଉପରେ ବାରଣ କରାଯାଇଛି। ଏ ନେଇ ପୁଲିସ ପ୍ରଶାସନକୁ ଅବଗତ କରାଯାଇଛି ।
Comments are closed.