ପୁରୀ ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ : ପୁରୀ ସମୁଦ୍ର ସ୍ନାନ ବେଳେ ଘଟିଲା ଅଘଟଣ। ଗାଧୋଇବା ବେଳେ ଗଭୀର ସମୁଦ୍ରରେ ଭାସିଗଲେ ଯୁବକ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡଙ୍କ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ନିଖୋଜ ଯୁବକ ଜଣକ ଯାଜପୁର ଜିଲ୍ଲା ମାଳସାହି ଅଞ୍ଚଳର ଆୟୁଷ ଜୋନା(୧୭) ବୋଲି ଜଣାପଡିଛି।

ଆୟୁଷ ପରିବାର ଲୋକଙ୍କ ମହାପ୍ରଭଙ୍କ ସୁନାବେଶ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ପରେ ସକାଳେ ପୁରୀ ବେଳାଭୁମି ସେକ୍ଟର ୯ ଅଞ୍ଚଳ​‌ରେ ପରିବାର ଲୋକଙ୍କ ସହ ଗାଧୋଇବାର ମଜା ନେଇଥିଲେ। ହେଲେ ସ୍ନାନ କରୁ କରୁ ଗଭୀର ସମୁଦ୍ରକୁ ଚାଲିଯାଇଥିଲେ ଆୟୁଷ। ସେଠାରେ ଗୋଡ଼ ଖସିଯିବାରୁ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ । ଘଟଣସ୍ଥଳରେ ଉପସ୍ଥିତଥିବା ଅଗ୍ନିଟମ୍ ଟିମ୍ ଓ ଲାଇଫ ଗାର୍ଡକୁ ପରିବାରଲୋକ ଖବର ଦେଇଥିଲେ। ତତ୍‌କ୍ଷଣାତା ନିଖୋଜ ଆୟୁଷଙ୍କୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ ଉଦ୍ଧାରକାରୀ ଟିମ୍। ଖବର ଲେଖାହେବା ସୁଦ୍ଧା ନିଖୋଜ ଯୁବକ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Comments are closed.