ମାର୍ଚ୍ଚ ୧ରୁ ବଦଳିବ ସ୍କୁଲ ଟାଇମ୍
ଭୁବନେଶ୍ୱର,୨୬ ।୨: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ବଦଳିଲା ସ୍କୁଲ ଟାଇମ୍ । ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ସାରା ରାଜ୍ୟରେ ମାର୍ଚ୍ଚ ୧ରୁ ବଦଳିଯିବ ସ୍କୁଲ ସମୟ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲ ଚାଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ୯ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏଁ ଚାଲିବ । ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସବୁ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ । ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଲଗାତାର ଭାବେ ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ବି ଏଠାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି ।
Comments are closed.