ଆଜି ଲୋକାର୍ପଣ ହେବ ୪୯୦ ସ୍କୁଲ

ଭୁବନେଶ୍ବର: ପ୍ରତି ପିଲା ଭିତରେ ରହିଛି ବିପୁଳ ପ୍ରତିଭା ଓ ସମ୍ଭାବନା । ଆଉ ସେହି ପ୍ରତିଭା ଓ ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ପ୍ରଥମ ପର୍ୟ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ୟ୍ୟାୟ ରୂପାନ୍ତରଣ କାର୍ୟ୍ୟକ୍ରମ । ଆଜି  ୫ଟି ଜିଲ୍ଲାରେ ୪୯୦ଟି ହାଇସ୍କୁଲ ରୂପାନ୍ତରିତ ହେବ । ଭିସି ଜରିଆରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା କେନ୍ଦ୍ରାପଡା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକ ୧୩୫ ସ୍କୁଲ, କଳାହାଣ୍ଡିର ୧୦୦ ସ୍କୁଲ, ଝାଟସୁଗୁଡାର ୭୦ ସ୍କୁଲ ଓ ବରଗଡର ୯୦ଟି ସ୍କୁଲ ରହିଛି ।ପ୍ରକାଶ ଥାଉ କି, ଏହା ପୂର୍ବରୁ ଜୁନ ୩ ତାରିଖରେ ୫ ଜିଲ୍ଲାର ୫୩୧ଟି ସ୍ମାର୍ଟସ୍କୁଲକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୋଳ ଜିଲ୍ଲାରେ ୫୩୧ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିଲା ।

Comments are closed.