ସାଉଦିରେ ହେବ ବିଶ୍ୱର ସବୁଠୁ ବଡ କୋଠା
ରିୟାଧ୍ : ସାଉଦି ଆରବ ବିଶ୍ୱର ବୃହତ୍ତମ କୋଠା ନିର୍ମାଣ ପାଇଁ ଯୋଜନା କରିଛି। ଏହାର ନାମ ‘ନିଓମ’ ରଖାଯିବ। କମ୍ ଜନବହୁଳ ଅଞ୍ଚଳରେ ବିଲ୍ଡିଂ ନିର୍ମାଣ ହେବ। ଏଥିପାଇଁ ୫୦୦ ବିଲିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହାର ଉଚ୍ଚତା ୧୬୪୦ ଫୁଟ୍ ହେବ। ଏଥିରେ ବସବାସ ପାଇଁ ଫ୍ଲାଟ ସହ ଦୋକାନ ଓ ଅଫିସ ଘର ମଧ୍ୟ ରହିବ। ଅଣ୍ଡରଗ୍ରାଉଣ୍ଡ ହାଇପର-ସ୍ପିଡ୍ ରେଳ ସମ୍ପର୍କିତ ଏକାଧିକ ବିକାଶମୂଳକ କାର୍ଯ୍ୟ ନେଇ ଗତବର୍ଷ ଘୋଷଣା କରାଯାଇଥିଲା।
ଏବେ ପୂର୍ବ ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି। ୨୦୧୭ରେ ପ୍ରଥମେ ‘ନିଓମ’ ନିର୍ମାଣ ନେଇ ଘୋଷଣା କରାଯାଇଥିଲା। ଗ୍ରାମାଞ୍ଚଳଗୁଡ଼ିକରେ ବିକାଶ କରାଯାଇ ତାହାକୁ ହାଇଟେକ୍ ଶ୍ରେଣୀ ଅନ୍ତର୍ଭୂକ୍ତ ନିମନ୍ତେ ସାଉଦି ପ୍ରିନ୍ସ ମହମ୍ମଦଙ୍କ ଯୋଜନା ରହିଛି। ଏଥିସହ ଏହାଦ୍ୱାରା ବିଦେଶୀ ନିବେଶ ବଢ଼ାଇବା ପାଇଁ ମଧ୍ୟ ସାଉଦି ଆରବ ଲକ୍ଷ୍ୟ ରଖିଛି। ଏହି ମଧ୍ୟପ୍ରାଚ୍ୟ ଦେଶରେ ବିଶ୍ୱର ସବୁଠାରୁ ଦୀର୍ଘତମ ବିଲ୍ଡିଂ ବୁର୍ଜ ଖଲିଫା ରହିଛି।
Comments are closed.