ଗିରଫ ହେଲେ ସସ୍ମିତା ମାଝୀ
ଭି.କେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ଆଜି ଗିରଫ କରିଛି ମାଥିଲି ଥାନା ପୁଲିସ। ଜଗତସିଂହପୁରରୁ ପୁଲିସ ସସ୍ମିତାଙ୍କୁ ଗିରଫ କରିଥିବା ଜଣାଯାଇଛି।
୩ଦିନ ତଳେ ବିଜେଡିରୁ ବହିଷ୍କାର ହୋଇଥିଲେ ସସ୍ମିତା। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଥିଲା।
ସସ୍ମିତା ପାଣ୍ଡିଆନଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ଚାକିରି କରାଇ ଦେବା ନାଁରେଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା ପୁଲସ। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଥିଲା।
ଏହି ତିନି ଜଣଙ୍କ କାରନାମାର ଚେର କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଥିଲା।ମାଥିଲି ଥାନାରେ ସେମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି।
Comments are closed.