ସଲମାନଙ୍କ Dabangg 3 ରେ ଭିଲିଆନ୍ ହେବେ ସକିବ୍

ଖୁବ ଶୀଘ୍ର ବଲିଉଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ସଲମାନଙ୍କ ଅଭିନୀତ ‘Dabangg 3’ ସିନେମା, ଯେଉଁଥିରେ ଖଳନାୟକ ରୂପେ ନଜର ଆସିବେ ସକିବ ସଲିମ । ‘Race 3’ ରେ ଦମଦାର ଅଭିନୟ କରିଥିବା ସକିବ ଦର୍ଶକଙ୍କ ମନକୁ ବେଶ୍ ଛୁଇଁବା ସହିତ ସଲମାନଙ୍କୁ ବହୁତ ପସନ୍ଦ ଆସିଛି । ‘Race 3’ର ବକ୍ସ ଅଫିସ୍ରେ ଏତେ ସଫଳତା ପାଇବା ପରେ ‘Dabangg 3’ ପାଇଁ ସଜବାଜ ହେଉଛନ୍ତି ସକିବ । ପ୍ରଭୁଦେବା ନିର୍ଦ୍ଦେଶିତ ଏହି ସିନେମାରେ ପ୍ରଯୋଜନା କରିବେ ଅରବାଜ୍ ଖାନ୍ । ଏହା ସହ ଅନ୍ୟ କଳାକାରଙ୍କ ନାମ ଅଫିସିଆଲି ଘୋଷଣା କରି ସିନେମାର ସୁଟିଙ୍ଗ୍ ଜଲଦି ଆରମ୍ଭ କରାଯିବ । ତେବେ ଦେଖାଯାଉ ‘Dabangg 3’ ରେ ସକିବଙ୍କ ଅଭିନୟ କିପରି ଦର୍ଶକଙ୍କୁ ପସନ୍ଦ ଆସୁଛି !

Comments are closed.