ଆଜି ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ରୂପାନ୍ତରିତ ମନ୍ଦିର ଓ ପରିକ୍ରମା ପ୍ରକଳ୍ପର ଶନିବାର ଲୋକାର୍ପିତ ହେବ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବ୍ୟ ପ୍ରକଳ୍ପର ଫଳକ ଉନ୍ମୋଚନ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ ହୋମ ଯଜ୍ଞରେ ସାମିଲ ହୋଇ ଦେବୀଙ୍କୁ ଅରାଧନା କରିବେ।

ଲୋକାର୍ପଣ ପରିପ୍ରେକ୍ଷୀରେ ଚାରି ଦ୍ୱାର ଓ ମନ୍ଦିର ସମ୍ମୁଖରେ ହୋମ ଯଜ୍ଞ ଓ ଚଣ୍ଡୀପାଠ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଣ୍ଡିତ ମହେନ୍ଦ୍ର ପୂଜାହାରୀଙ୍କ ନେତୃତ୍ୱରେ ୩୦ଜଣ ପଣ୍ଡିତ ପୂଜାକାର୍ଯ୍ୟ ସମ୍ପାଦନ କରିବେ। ସନ୍ଧ୍ୟାରେ ମହାନଦୀ ଆଳତି ହେବ। ଏଥିରେ ସମ୍ବଲପୁର ଓ ଛତିଶଗଡ ଚନ୍ଦ୍ରହାସୀନି ପୀଠର ୧୪ଜଣ ପଣ୍ଡିତ ସାମିଲ ହେବେ।

Comments are closed.