ଶାହାଙ୍କୁ ଭେଟିଲେ ସାମି

ମୁମ୍ବାଇ : ବିଶ୍ୱକପ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରଠାରୁ ମହମ୍ମଦ ଶାମି ଖବରରେ ଅଛନ୍ତି। ଦିଲ୍ଲୀର ଏକ ଉତ୍ସବରେ ବୋଲର ମହମ୍ମଦ ଶାମି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଭେଟେରାନ ଫାଷ୍ଟ ବୋଲର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଜପାର ବରିଷ୍ଠ ନେତାଙ୍କ ସହ ହୋଇଥିବା ବାର୍ତ୍ତାଳାପର ଫଟୋ ପୋଷ୍ଟ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି କାର୍ଯ୍ୟକ୍ରମଟି ଉତ୍ତରାଖଣ୍ଡର ଏକ ପାରମ୍ପରିକ ପର୍ବ ଇଗାସ ଉତ୍ସବର ଥିଲା। ଏହି କାର୍ଯ୍ୟକ୍ରମକୁ ଭାଜପା ନେତା ଅନିଲ ବାଲୁନି ତାଙ୍କ ବାସଭବନରେ ଆୟୋଜନ କରିଥିଲେ। ଏହି ଅବସରରେ ମହମ୍ମଦ ଶାମି ବଲିଉଡର ଗାୟକ ଜୁବିନ ନୈଟିୟାଲ, ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଅଂଶଗ୍ରହଣ କରିଥିଲେ। ଭାଜପା ନେତାଙ୍କ ସହ ଶାମିଙ୍କ ଫଟୋ ସାମ୍ନାକୁ ଆସିବା ପରେ ଭାରତୀୟ ବୋଲର କ୍ରିକେଟ ଛାଡି ରାଜନୀତିରେ ପ୍ରବେଶ କରିବେ କି ବୋଲି ଆଲୋଚନା ତୀବ୍ର ହୋଇଛି?

ସାମ୍ପ୍ରତିକ ସ୍ଥିତି ସୂଚାଇ ଦେଇଛି ମହମ୍ମଦ ଶାମି ଭାଜପାରେ ଯୋଗ ଦେଇପାରନ୍ତି। ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନକୁ ସମ୍ମାନ ଜଣାଇବା ପାଇଁ ଶାମିଙ୍କ ନିଜ ସହର ଆମ୍ରୋହାଠାରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ଘୋଷଣା କରିଥିଲେ। କେବଳ ଏତିକି ନୁହେଁ, ନିକଟରେ ମହମ୍ମଦ ଶାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ।

Comments are closed.