ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସାଧୁ

ବେଙ୍ଗାଲୁରୁ:  ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ୱାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ ନାବାଳିକା ଦୁଇଜଣ ସାଢ଼େ ୩ ବର୍ଷରୁ ଅଧିକ କାଳ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅଭିଯୋଗ ଆଧାରରେ ମୌସୁର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ‘ପୋକ୍‌ସୋ’ ଆଇନ୍‌ ଆଧାରରେ ଏହି ମାମଲା ରୁଜୁ କରାଯାଇଥିଲା।

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠର ମୁଖ୍ୟ ମହନ୍ତ ହେଉଛନ୍ତି ଶିବମୂର୍ତ୍ତି। ଉକ୍ତ ମଠଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଶିବମୂର୍ତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଆଜି ତାଙ୍କୁ ପୁଲିସ ହାବେରି ଜିଲ୍ଲାରୁ ଗିରଫ କରିଛି।

ସୂଚନା ମୁତାବକ, ଗତ କିଛି ଦିନ ପୂର୍ବେ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ସାଧୁଙ୍କ ନାଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ନାବାଳିକା ଦୁଇ ଜଣ ‘ଓଦାନାଦି ସେବା ସଂସ୍ଥା’ ନାମକ ‘ଏନ୍‌ଜିଓ’ରେ ପହଞ୍ଚି ସବୁ କଥା ଜଣାଇଥିଲେ। ଉକ୍ତ ‘ଏନ୍‌ଜିଓ’ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ସାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

 

Comments are closed.