ଭାରତ ଯୋଡ଼ୋ ଯାତ୍ରାରେ ଶୁଭିଲା ସଚିନ ପାଇଲଟ ନାରା
ଦୌସା: ଆଜି ସକାଳେ ରାଜସ୍ଥାନର ଦୌସା ନଗରୀର କାଲାଖୋରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ମାତ୍ରେ ଦଳେ କଂଗ୍ରେସ କର୍ମୀ ସଚିନ୍ ପାଇଲଟ୍ଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ।
‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ପଦଯାତ୍ରା କରୁଥିବା ବେଳେ ଅଳ୍ପ କେତେକ ଯୁବ କଂଗ୍ରେସ କର୍ମୀ ଚିତ୍କାର କରି କହୁଥିଲେ- ‘ସଚିନ୍ ପାଇଲଟ୍ ଜିନ୍ଦାବାଦ୍’। ‘ହମାରା ସି.ଏମ୍. କୈସା ହୋ? ସଚିନ୍ ପାଇଲଟ୍ ଜୈସା ହୋ।’
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଓ ସଚିନ୍ ପାଇଲଟ୍ଙ୍କ ମଧ୍ୟରେ ମତଭେଦ ଯେ, ସୁଷ୍ପଷ୍ଟ ଏବଂ ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ଚାଲିଛି ବୋଲି ଆଜିର ଘଟଣାରୁ ଅନୁମାନ କରିବା କିଛି ନୂଆ କଥା ନୁହେଁ।
ଏହାଛଡ଼ା, ଦୌସା ହେଉଛି ସଚିନ ପାଇଲଟ୍ଙ୍କ ସମର୍ଥକ ବହୁଳ ଅଞ୍ଚଳ। ତେଣୁ, ଏହି ଜିଲ୍ଲାର ବିପୁଳ ସଂଖ୍ୟକ ଜନତା ଆଜି ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି। ଏହା କେବଳ ପଦଯାତ୍ରାରେ ସେମାନଙ୍କ ଯୋଗଦାନ ନୁହେଁ, ସଚିନ୍ ପାଇଲଟ୍ଙ୍କ ସାମର୍ଥ୍ୟ ମଧ୍ୟ ପ୍ରତିପାଦନ କରୁଛି। ପାଇଲଟ୍ ହେଉଛନ୍ତି ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀ। ତେଣୁ, ସେ କଥା ପ୍ରଦର୍ଶନ କରିବାରେ ତାଙ୍କ ସମର୍ଥକମାନେ କୌଣସି ସୁଯୋଗ ହରାଇବାକୁ ରାଜି ନୁହନ୍ତି।
Comments are closed.