ଏକାଠି ନଜର ଆସିବେ ଶାହରୁଖ, ଦୀପିକା
ମୁମ୍ବାଇ: ପୁଣିଥରେ ଏକାଠି ନଜରକୁ ଆସିବେ ବଲିଉଡ୍ର ନାମକରା ଯୋଡି ଶାହରୁଖ୍ ଖାନ୍ ଏବଂ ଦୀପିକା ପାଦୁକୋନ୍। ଶାହରୁଖ୍ଙ୍କ ଆଗାମୀ ଫିଲ୍ମ ‘ଯବାନ’ରେ ତାଙ୍କ ଭିନ୍ନ ଲୁକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତାମିଲ ନିର୍ଦ୍ଦେଶକ ଏଟଲୀ ଏଥିରେ ନିର୍ଦ୍ଦେଶନା ଦେଉଛନ୍ତି। ତେବେ ମିଡିଆ ରିପୋର୍ଟ ଅନୁସାରେ, ଶାହରୁଖ୍ଙ୍କ ସିନେମାରେ ଦକ୍ଷିଣୀ ଅଭିନେତା ଥାଲାପତି ବିଜୟ ନଜରକୁ ଆସିବେ। ମୁଭିର ମୁଖ୍ୟ ଚରିତ୍ରରେ ଶାହରୁଖ୍ଙ୍କ ସହ ନୟନତାରା ତାଙ୍କ ଝଲକ ଦେଖାଇବେ, ହେଲେ ସେ ପୂର୍ବରୁ ଏହି ଚଳଚ୍ଚିତ୍ରକୁ ମନା କରିଦେଇଥିଲେ। କିନ୍ତୁ ପରେ ସେ ନିଷ୍ପତ୍ତି ନେଇଥିଲେ। ଏଥିସହ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ଫିଲ୍ମରେ ଏକ ଛୋଟ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, ୨୦୦୭ରେ ଶାହରୁଖ୍ଙ୍କ ସହ ପ୍ରଥମ ଡେବ୍ୟୁ କରିଥିଲେ ଦୀପିକା। ଏହାପରେ ସେ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ। ସିନେମା ‘ଓମ୍ ଶାନ୍ତି ଓମ୍’ ଜରିଆରେ ସେ ସିନେ ଜଗତରେ ପାଦ ଥାପିଥିଲେ। ଆଗକୁ ରିଲିଜ୍ ହେବାକୁ ଥିବା ଫାଇଟର୍ରେ ହ୍ରିତିକ୍ଙ୍କ ସହ ଏବଂ ପଠାନରେ ଶାହରୁଖ୍ଙ୍କ ସହ ନଜରକୁ ଆସିବେ ଦୀପିକା।
Comments are closed.