ବୌଦ୍ଧ ଥାନା ଅଂଚଳର 3 ଗୋଟି ଗ୍ରାମରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଂଜେଇ ଜବତ୍

ବୌଦ୍ଧ:ବୌଦ୍ଧ ପୋଲିସ କୁ ବଡ ସଫଳତା ମିଳିଛି । ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି । ଅପରେସନ ଗାଞ୍ଜା କ୍ଲିନ ଅଭିଜାନରେ ବୌଦ୍ଧ ଥାନା ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୩ଟି ଗ୍ରାମରୁ ପୋଲିସ୍ ଜବତ କରିଛି ୨୦କୁଇଣ୍ଟାଲ ୪୦କେଜି ଗଞ୍ଜେଇ । ଅମଳ ପରେ ବିକ୍ରି ପାଇଁ ରଖାଯାଇଥିବା ବେଳେ ଚଢ଼ାଉ କରି ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଲଗାତାର ଗଂଜେଇ କାରବାର ଖବର ସାମ୍ନାକୁ ଆସୁଛି ।

ତେବେ ନୂତନ ଭାବେ ଯୋଗ ଦେଇଥିବା ଏସପି ରାଜ ପ୍ରସାଦଙ୍କ ନେତୃତ୍ୱରେ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦ କୁଇଣ୍ଟାଲ ଗଂଜେଇ ଜବତ କରାଯାଇଛି । ୪୦ କେଜି ୨୦୦ ଗ୍ରାମର ୨୦ ଟି ବସ୍ତା ଜବତ କରାଯାଇଛି । ତେବେ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ବିଭାଗ ଆକଳନ କରିଛି । ଅନ୍ୟପଟେ ଚଢ଼ାଉ ଜାରି ରହିଥିବାରୁ ସେ ସମ୍ବନ୍ଧର ଅନେକ ତଥ୍ୟ ଗୋପନୀୟତା ରଖାଯାଇଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।

Comments are closed.