ଗିରଫ ହେବେ ଋଷ ରାଷ୍ଟ୍ରପତି ପୁଟିନ ?

0

ନୂଆଦିଲ୍ଲୀ :ଗିରଫ ହୋଇପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ତାଙ୍କ ବିରୋଧରେ ଜାରି ହୋଇଛି ୱାରେଣ୍ଟ। ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ ତଥା ଆଇସିସି ଏହି ଗିରଫ ପରୱାନା ଜାରି କରିଛି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ୟୁକ୍ରେନର ପିଲାମାନଙ୍କୁ ବଳପୂର୍ବକ ବେଆଇନ୍ ଭାବେ ନିର୍ବାସନର ସମ୍ପୃକ୍ତି ଥିବା ଆଇସିସି ପୁଟିନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ସିଧାସଳଖ ଏହି କାମରେ ସାମିଲ ଅଛନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିଥିବାର ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି।

ପୁଟିନ୍‌ଙ୍କ ସମତେ ଆଉ ଜଣଙ୍କ ବିରୋଧରେ ମଧ୍ୟ କୋର୍ଟ ଗିରଫ ୱାରେଣ୍ଟ ଜାରି କରାଯାଇଛି। ରୁଷର ଶିଶୁ ଅଧିକାର କମିଶନର ମାରିଆ ଲାଭୋଭା-ବେଲୋଭାଙ୍କୁ ମଧ୍ୟ ଆଇସିସି ଅପରାଧୀ ଘୋଷଣା କରିଛି। କୋର୍ଟ କହିଛନ୍ତି, ରୁଷ ଆକ୍ରମଣ ପରେ ୟୁକ୍ରେନ୍‌ରେ ଅତ୍ୟଧିକ ଅପରାଧ କରାଯାଇଥିଲା। ଏଥିପାଇଁ ପୁଟିନ୍ ହିଁ ଦାୟୀ।

Leave A Reply

Your email address will not be published.