ତାଣ୍ଡବ ରଚୁଛି ଋଷ….
କିଭ୍ : ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ଆଗାମୀ ଦିନରେ, ଏହି ଯୁଦ୍ଧର ଫଳାଫଳ କ’ଣ ହେବ ତାହା ମଧ୍ୟ କହି ହେଉନାହିଁ। ରୁଷିଆ ସୈନ୍ୟମାନେ ଦକ୍ଷିଣ ଏବଂ ପୂର୍ବ ୟୁକ୍ରେନରେ ଜୋର୍ଦାର ଆକ୍ରମଣ ଜାରି ରଖିଛନ୍ତି।
ପୁଟିନ୍ କହିଛନ୍ତି, ବର୍ତ୍ତମାନ ମାରିଉପୋଲ ତାଙ୍କ ଅଧୀନରେ ରହିଛି। ଲୁହାନସ୍କ ଅଞ୍ଚଳର ୮୦ ପ୍ରତିଶତ ନିୟନ୍ତ୍ରଣକୁ ନେଇଛନ୍ତି। ଧ୍ୱଂସପ୍ରାପ୍ତ ୟୁକ୍ରେନ ସହର ମାରିଉପୋଲ ବାହାରେ ଏକ ଜନ ସମାଧି ବା କବର ମଳିଛି। କୁହାଯାଉଛି, ଏହାର ଲମ୍ବ ୪୫ ମିଟର ଏବଂ ଚଉଡ଼ା ୨୫ ମିଟର। ଏହି କବରଟି ମାରିଉପୋଲର ଅତି କମ୍ରେ ୧୦୦୦ ଲୋକଙ୍କ ମୃତଦେହ ରହିପାରିବ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ପ୍ରତିଦିନ ଯୁଦ୍ଧରେ ୬୦ରୁ ୧୦୦ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହେଉଥିବା ବେଳେ ୫୦୦ରୁ ଅଧିକ ସୈନ୍ୟ ଆହତ ହେଉଛନ୍ତି।
Comments are closed.