ସୁସ୍ଥ ହେଉଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ: ସଂକ୍ରମଣ ହେବାର ଆଶଙ୍କା ଏଡ଼ାଇବା ଲାଗି ଭାରତୀୟ ୱିକେଟ୍‌କିପର୍‌ ତଥା ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତଙ୍କୁ ଡେରାଡୁନ୍‌ ଡାକ୍ତରଖାନାର ‘ଆଇସିୟୁ’ରୁ ‘ପ୍ରାଇଭେଟ୍‌ ୱାର୍ଡ’କୁ ସ୍ଥାନାନ୍ତର କରାଯାଇଛି।

ଡିସେମ୍ବର ୩୦ ତାରିଖ ଦିନ କାର୍‌ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ୨୫ ବର୍ଷିୟ ଋଷଭ ଚଞ୍ଚଳ ସୁସ୍ଥ ହେଉଛନ୍ତି ବୋଲି ‘ଡେଲି ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ କ୍ରିକେଟ୍‌ ଆସୋସିଏସନ୍‌’ର (ଡିଡିସିଏ) ନିର୍ଦେଶକ ଶ୍ୟାମ ଶର୍ମା ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ସଂକ୍ରମଣ ହେବାର ଆଶଙ୍କା ଥିବା ଦୃଷ୍ଟିରୁ ଋଷଭ ପନ୍ତଙ୍କୁ ଗତ ସନ୍ଧ୍ୟାରେ ଡାକ୍ତରଖାନାର ‘ପ୍ରାଇଭେଟ୍‌ ରୁମ୍‌’କୁ ସ୍ଥାନାନ୍ତର କରାଯାଇଛି। ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ପନ୍ତ୍‌ଙ୍କର ସ୍ନାୟୁତନ୍ତ୍ରୀ (ଲିଗାମେଣ୍ଟ୍‌) ଚିକିତ୍ସା ପାଇଁ ବ୍ୟବସ୍ଥା କରିବ।

Comments are closed.