ରୁଦ୍ର ମହାରଥୀ ହେଲେ ପିପିଲିର ବିଜେଡି ପ୍ରାର୍ଥୀ

ପିପିଲି : ବହୁ ଅପେକ୍ଷା ପରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଆଜି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରି ଆସୁଥିବା ରୁଦ୍ର ୨୦୧୯ ନିର୍ବାଚନରେ ମଧ୍ୟ ବେଶ ସକ୍ରିୟ ଥିଲେ । ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ।

ତେବେ ଦୀର୍ଘଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା । ଅନ୍ୟପଟେ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ନେଇ ଭୋଟଗ୍ରହଣ ହେବ । ପିପିଲି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଆଶ୍ରିତ । ନାମାଙ୍କନ ସମୟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ରହିଥିଲେ । ଅପରପକ୍ଷରେ କଂଗ୍ରେସ ଏଯାବତ୍‌ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।

Comments are closed.