ଚାକିରିରୁ ବିଦା ହେଲେ ଆରପିଏଫ ଯବାନ

ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଗତ ୩୧ ତାରିଖରେ ଗୁଳି କରି ୪ ଜଣଙ୍କୁ ହତ୍ୟା କରିଥିବା RPF କନଷ୍ଟେବଳ ଚେତନ ସିଂ ଚୌଧୁରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏନେଇ ଏକ ନିର୍ଦ୍ଦେଶନାମା ଗତ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ RPF ଡିଭିଜିନାଲ ସିକ୍ୟୁରିଟି କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଚେତନ ଏବେ ଜେଲ୍‌ରେ ବନ୍ଦୀ ଥିବା ବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ତାଙ୍କ ପତ୍ନୀ। ଏପରିକି ମୋ’ ସ୍ୱାମୀ ଜଣେ ମାନସିକ ରୋଗୀ, ତାଙ୍କର ମାନସିକ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଦୀର୍ଘ ଦିନ ହେଲା ସେ ଏହି ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ବି ଚାଲିଛି ବୋଲି ସେ କହି ସାରିଛନ୍ତି।

ଚେତନଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, କିଛି ବର୍ଷ ପୂର୍ବେ ଘରେ ପଡ଼ି ଯାଇଥିବା ଚେତନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ସେବେଠୁ ସେ ମାନସିକ ରୋଗରେ ପୀଡ଼ିତ ଅଛନ୍ତି।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ଜୟପୁର-ମୁମ୍ବାଇ ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିଲେ । ପ୍ରଥମେ ସେ ନିଜ ପାଖରେ ବସିଥିବା ASI ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।

Comments are closed.