ଓଭରସିସ୍ ବ୍ୟାଙ୍କରୁ ୪୪ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୁତ୍ତ

ଆଜି ସକାଳ ପ୍ରାୟଃ ୧୦ଟା ପରେ ରାଉରକେଲା ସ୍ଥିତ ଓଭରସିସ୍ ବ୍ୟାଙ୍କକୁ ଲୁଟିଛନ୍ତି କିଛି ଦୁର୍ବୁତ୍ତ । ଖବରରୁ ସୂଚନା ମିଳୁଛି କି, ୭ରୁ ୮ଜଣ ଡକାୟତ ପିସ୍ତଲ ଓ ଷ୍ଟିନ ଗନ୍ ଧରି ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ । ପରେ ବ୍ୟାଙ୍କର କର୍ମଚାରୀମାନଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା କହି ଲୁଟିନେଲେ ୪୪ ଲକ୍ଷ ଟଙ୍କା । ଏନେଇ ରାଉରକେଲାର ଏସପି ଉମାସଙ୍କର ଦାଶ, ଡିଆଇଜି କବିତା ଜଲନ୍ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକିୟା ଜାରି ରଖିଛନ୍ତି ।

Comments are closed.