ରୋଜନ୍ ହେବେ ବିସିସିଆଇ ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ:ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜନ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି।ନୂଆଦିଲ୍ଲୀ:ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବିସିସିଆଇ ଅଧ୍ୟକ୍ଷ ଭାବେ ରୋଜର୍ ବିନ୍ନିଙ୍କ ନାଁ ଉପରେ ବୋର୍ଡର ସମସ୍ତ ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ବିନ୍ନି।
ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇର ତାଜ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ।
୬୭ ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି। ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହାପୂର୍ବରୁ ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ ଏବଂ ସେ ବିସିସିଆଇ ସଭାପତି ହେବା ପରେ ବର୍ତ୍ତମାନ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ।
Comments are closed.