ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁହାଁମୁହିଁ ଆରଜେଡି ଓ ଯେଡିୟୁ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରକୁ ଯିବେ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ ହେବେ, ବୋଲି କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳର ବିହାର ସଭାପତି ଜଗଦାନନ୍ଦ ସିଂ । ସିଂଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।ଜେଡିୟୁ ନେତା ଉପେନ୍ଦ୍ର କୁସଓ୍ବାହା କହିଛନ୍ତି ଯେ ଜଗଦାନନ୍ଦ ଆଗାମୀ ବିପଦ ଆଶଙ୍କାରେ ଆଗୁଆ ବିବାହ ସାରିଦେବାକୁ ଚାହୁଁଛି । ସେହିପରି ବିଜେପି କହିଛି, ବିହାରରେ ଆରଜେଡି-ଜେଡିୟୁ ସରକାର ୨୦୨୩ ପର୍ଯ୍ୟନ୍ତ ଚାଲିବନି ।
ସୂଚନାଯୋଗ୍ୟ ଯେ, ଆରଜେଡି ନେତା ସିଂ କହିଥିଲେ ଯେ ଦେଶ ନୀତିଶ କୁମାରଙ୍କୁ ଅପେକ୍ଷା କରିଥିବାବେଳେ ବିହାର ତେଜସ୍ୱୀଙ୍କୁ ସିଏମ ହେବାକୁ ଅପେକ୍ଷା କରିଛି ।“ନୀତୀଶ କୁମାର ଯାହା ବି କୁହନ୍ତୁ, ମୁଁ ବିଶ୍ୱାସ କରେ ଯେ ସେ ୨୦୨୨ ପରେ କେନ୍ଦ୍ରକୁ ଯିବେ ଓ ୨୦୨୩ ରେ ବିହାରର ଭବିଷ୍ୟତକୁ ତେଜସ୍ୱୀ ଯାଦବଙ୍କୁ ସମର୍ପି ଦେବେ ।
ସିଂ କହିଥିଲେ, “ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ସର୍ବୋଚ୍ଚ ଏବଂ ତେଜସ୍ୱୀ ଏହାକୁ ଆହୁରି ଆଗକୁ ନେବେ । ଦେଶ ନୀତୀଶ କୁମାରଙ୍କୁ ଅପେକ୍ଷା କରିଛି ଏବଂ ବିହାରର ଲୋକମାନେ ତେଜସ୍ୱୀ ଯାଦବଙ୍କୁ ଅପେକ୍ଷା କରିଛନ୍ତି ।”
Comments are closed.