ପ୍ରକାଶ ପାଇଲା +୨ ମେଧା ତାଲିକା

ଭୁବନେଶ୍ୱର : +୨ ନମାଲେଖା ପାଇଁ ମେଧାତାଲିକା ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭେନ୍ସା ଶୀର୍ଷରେ ରହିଥିବାବେଳେ କଳା ବିଭାଗରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି । ରେଭେନ୍ସାରେ ବିଜ୍ଞାନରେ ସାଧାରଣବର୍ଗଙ୍କ ପାଇଁ ୯୪.୩୩% ରହିଛି । ଦ୍ୱିତୀୟରେ ବ୍ରହ୍ମପୁର ନୀଳକଣ୍ଠନଗର ବିଜ୍ଞାନରେ ସାଧାରଣବର୍ଗଙ୍କ ପାଇଁ ୯୩.୨୦% ରହିଛି । ଏହାସହିତ ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି ଅଟୋନୋମସ୍ କଲେଜ ତୃତୀୟ ସ୍ଥାନରେ ରହିଛି ।

ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ୮୦.୬୭% ପ୍ରତିଶତ ମାର୍କ ସହ ରାଉରକେଲା ସରକାରୀ ସ୍କୁଲ ଦ୍ୱିତୀୟ ଓ ୭୯.୮୩ ମାର୍କ ସହ ବିଜେବି ତୃତୀୟ ସ୍ଥାନରେ ରହିଛି ।

ସେହିପରି କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଶୀର୍ଷରେ ରହିଥିବାବେଳେ ୮୩.୩୩%ରେ ରେଭେନ୍ସା ଦ୍ୱିତୀୟ ଓ ୮୩.୧୭ରେ ନରସିଂହପୁର କଲେଜ୍ ତୃତୀୟ ସ୍ଥାନରେ ରହିଛି । ଆସନ୍ତା ୧୯ରୁ ୨୫ତାରିଖ ଯାଏଁ ନାମଲେଖା ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।

Comments are closed.