ଏଣିକି ପ୍ଲାଷ୍ଟିକ୍ ବୋତଲ ଫେରାଇଲେ ମିଳିବ ଟଙ୍କା

ଭୁବନେଶ୍ୱର- ଓଡିଶାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପ୍ରୟାସରେ ଏକ ନୂଆ ପଦକ୍ଷେପ ନେଇଛନ୍ତି ସରକାର । ଓମଫେଡ୍ ଜରି ଓ ପ୍ଲାଷ୍ଟିକ୍ ବୋତଲ ଫେରସ୍ତ କଲେ ମିଳିବ ଟଙ୍କା, ଯାହାକୁ କର୍ମକର୍ତ୍ତାଙ୍କ ଦ୍ୱାରା ସଂଗ୍ରହ କରାଯିବ । ଏନେଇ ଆଜି ସଚିବାଳୟରେ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ତେବେ ଅଗଷ୍ଟ ଶେଷ ସୁଦ୍ଧା ଜନତାଙ୍କ ସମ୍ମୁଖରେ ଏହାର ସମସ୍ତ ସୂଚନା ପ୍ରଦାନ କରାଯିବ ।

Comments are closed.