ସାଇବର ଠକଙ୍କ ଜାଲରେ ଅବସର ପ୍ରାପ୍ତ କର୍ଣ୍ଣେଲ

ପୁଣିଥରେ ସାଇବର ଠକମାନେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି। ପ୍ରଶାସନ ଓ ପୁଲିସ୍‌ ଅନେକ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଠକାମୀର ଶିକାର ହେବାରେ ଲାଗିଛନ୍ତି। ଏହିକ୍ରମରେ ଜଣେ ୭୧ ବର୍ଷୀୟ ଆର୍ମି କର୍ଣ୍ଣେଲ (ଅବସରପ୍ରାପ୍ତ) ସାଇବର ଠକଙ୍କ ଜାଲରେ ଫସିଛନ୍ତି।

ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ସାଇବର ଠକମାନେ କର୍ଣ୍ଣେଲଙ୍କ ଠାରୁ ୨.୫ କୋଟି ଟଙ୍କା ଠକି ନେଇଛନ୍ତି। ଏପ୍ରିଲରୁ ମେ’ ମାସ ମଧ୍ୟରେ ସାଇବର ଠକମାନେ ଏତେ ପରିମାଣର ଠକେଇ କରିଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତ ଜଣଙ୍କ ପୁଣେ ସାଇବର ପୁଲିସ୍‌ ନିକଟରେ ଏନେଇ ଅଭିଯୋଗ କରିବା ସହ ଟଙ୍କା ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ଅଭିଯୋଗ ପରେ ସାଇବର ପୁଲିସ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଯାଞ୍ଚ ପରେ ପୁଲିସ୍‌ ଏଫଆଇଆର ରୁଜୁ କରିବ। ବରିଷ୍ଠ ପୁଲିସ୍‌ ଇନସପେକ୍ଟର ମୀନାଲ ପାଟିଲ କହିଛନ୍ତି, “କର୍ଣ୍ଣେଲ(ଅବସରପ୍ରାପ୍ତ) ଜଣଙ୍କ ବୁଣ୍ଡ ଗାର୍ଡେନ ଅଞ୍ଚଳରେ ରୁହନ୍ତି। ସେ ଆମକୁ କହିଛନ୍ତି ଯେ ତାଙ୍କ ପାଖକୁ ହ୍ୱାଟସଆପ୍‌ରେ ଗୋଟିଏ ମେସେଜ ଆସିଥିଲା।

ଏଥିରେ ତାଙ୍କୁ ଅନଲାଇନରେ ସୀମକ୍ଷା ରିପୋର୍ଟ ଓ ଭିଡିଓ ଲାଇକ କଲେ ଭଲ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ମେସେଜରେ କୁହାଯାଇଥିଲା ଯେ କର୍ଣ୍ଣେଲ ଯେତେବେଳେ ବି ଫ୍ରି ରହିବେ, ଘରେ ବସି କାମ କରିପାରିବେ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବ ବୋଲି ପ୍ରସ୍ତାବ ଦିଆଯାଥିଲା।

Comments are closed.