ବଢିଲା ରେପୋ ରେଟ
ମୁମ୍ବାଇ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଭାରତର ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରି ୪.୯୦%କୁ ବଢ଼ାଇଥିବା କଥା ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ‘ମିନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ ଗଭର୍ଣ୍ଣର୍ ଦାସ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଗତମାସରେ ମଧ୍ୟ ନିୟମିତ ବୈଠକ ବାହାରେ ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ ବଢ଼ାଇ ୪.୪%କୁ ବୃଦ୍ଧି କରିଥିଲା।
କୋଭିଡ୍-୧୯ ଜନିତ ଲକ୍ଡାଉନ୍ ପ୍ରଭାବକୁ ଏଡ଼ାଇବା ଲକ୍ଷ୍ୟରେ ୨୦୨୦ ମାର୍ଚ ମାସରେ ‘ଭାରତର ରିଜର୍ଭ ବ୍ୟାଙ୍କ୍’ ରେପୋ ରେଟ୍ ହ୍ରାସ କରିବା ସହ ପ୍ରାୟ ୨ ବର୍ଷ ଧରି ବେଞ୍ଚ୍ମାର୍କ ସୁଧହାରରେ ସ୍ଥିତାବସ୍ଥା ଜାରି ରଖିଥିଲା। ପରେ ୨୦୨୨ ମେ ୪ ତାରିଖରେ ଉକ୍ତ ସୁଧହାର ବୃଦ୍ଧି କରାଯାଇଥିଲା।
Comments are closed.