ରେକର୍ଡ ଭାଙ୍ଗିଲାଣି ଗଦର୍,୨

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି। ଫିଲ୍ମଟି ଦିନକୁ ଦିନ ଅଧିକରୁ ଅଧିକ ରୋଜଗାର କରିଚାଲିଛି। ଏବେ ଫିଲ୍ମଟିର ୬ ଦିନର କଲେକ୍ସନ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୫୦ କୋଟି ଟଙ୍କାର ବେପାର କରି ସାରିଲାଣି ‘ଗଦର ୨’। ସନିଙ୍କ ଏହି ଫିଲ୍ମଟି ବୁଧବାର ଦିନ ଭାରତରେ ୩୪.୫୦ କୋଟି ଟଙ୍କାର ବେପାର କରିଛି। ସମୁଦାୟ କଲେକ୍ସନ ମିଶି ଏବେ ସୁଦ୍ଧା ଫିଲ୍ମର ରୋଜଗାର ୨୬୩.୪୮ କୋଟି ଟଙ୍କା ହୋଇଗଲାଣି।

ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ବେପାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଥିଲା । ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ, ଫିଲ୍ମ ୫୦ କୋଟି ଟଙ୍କାର ବେପାର କରି ଏକ ବଡ଼ ରକମର ରୋଜଗାର କରିବା ପରେ ପ୍ରଥମ ସୋମବାର ବିଷୟରେ କଥା ହେବା ତ, ସେଦିନ ବି ବେପାର ମାନ୍ଦା ପଡ଼ିଲା ନାହିଁ

Comments are closed.