ରଥରେ ବିଦ୍ୟୁତ ତାର ଲାଗି ଜଣେ ମୃତ

ବାଲେଶ୍ୱର: ରଥଟଣା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଗୁଡ଼ିଖାଳ ମଠ ସାହି ଗାଁରେ। ୭ଗୁରୁତରଙ୍କୁ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ସନ୍ଧ୍ୟାରେ ମଠସାହି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ରଥ ଟାଣୁଥିବା ସମୟରେ ଛକ ନିକଟ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ରଥଟି ଲାଗି ଯାଇଥିଲା। ବର୍ଷାରେ ରଥ ଓଦା ହୋଇଥିବାରୁ ରଥକୁ ଛୁଇଁଥିବା ଲୋକେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଜଣଙ୍କର ଘଟଣାସ୍ଥଳରେମୃତ୍ୟୁ ଘଟିଥିଲା। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

Comments are closed.