ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ବଡ ଦାଣ୍ଡରେ ରଥରେ ବସି ୩ ଠାକୁର ନିଜ ଜନ୍ମ ବେଦୀକୁ ଯାଇଛନ୍ତି।ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ରଥଯାତ୍ରା ଦେଖିବାର ଉତ୍କଣ୍ଠା। ମହାପ୍ରଭୁମାନଙ୍କ ଟିକିଏ ଝଲକ ପାଇବାକୁ ଓ ରଥ ଦଉଡ଼ି ପର୍ଯ୍ୟନ୍ତ ପହଞ୍ଚି ରଥ ଭିଡ଼ିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା। ଏହି ପ୍ରବଳ ଗହଳି ଭିତରେ ଗୁଳୁଗୁଳି ସହି ନ ପାରି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅଂଶୁଘାତର ଶିକାର ହୋଇଛନ୍ତି।
ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Comments are closed.