ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ!
ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା । ବିଶୃଙ୍ଖଳିତ ହେଉଛି ପରିବେଶ । ଚୋରି, ହତ୍ୟା, ଲୁଟ, ଗଣଦୁଷ୍କର୍ମର ମାତ୍ରା ବଢିବାରେ ଲାଗିଛି । ରାଜଧାନୀରେ ଏକ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଖଣ୍ଡଗିରି ଅଂଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ସହକାରୀ ପ୍ରଫେସର । ତାଙ୍କ ଘର ଛତିଶଗଡ ହୋଇଥିବା ସୂଚନା ମିଳିଛି । ଛତିଶଗଡର କବୀରନଗର ଥାନାରେ, ସେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ ସହ ବ୍ଲାକମେଲିଂ କରି ଟଙ୍କା ମାଗୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।
ସେଠାରେ ସେ ଅଭିଯୋଗ କରିବା ପରେ ଛତିଶଗଡ ପୋଲିସର ନିଦେ୍ର୍ଧଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରି ଖଣ୍ଡଗିରି ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
Comments are closed.