ରଣପୁର ଅବକାରୀ ବିଭାଗର ଚଢ଼ାଉ, ଦେଶୀ ମଦ ଜବତ,୩ଗିରଫ

ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ବିଭାଗ ଗତକାଲି ମଧ୍ୟାହ୍ନରେ ରଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୧୫ହଜାର ଟଙ୍କାର ବେଆଇନ ଦେଶୀ ମଦ ଜବତ ସହ ବିପୁଳ ପରିମାଣର ମଦ ରନ୍ଦା ପୋଚ ନଷ୍ଟ କରିଛି ଏବଂ 3ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି l ଗିରଫ ମଦ ବ୍ୟବସାୟୀ ମାନେ ହେଲେ ନୀଳପଲ୍ଲୀ ଗ୍ରାମର ଇସମାନଖାଁ, କୁଲାସର ଗ୍ରାମର ବାଙ୍କନିଧି ନାଏକେ, ଏବଂ ରାଉତରାୟପୁର ଗ୍ରାମର ଲଷ୍ମୀପ୍ଧର ମଣ୍ଡଳ l ତେବେ ଏହି ଚଢ଼ାଉରେ ଅବକାରୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର, asi ସୁବାଷ ଚନ୍ଦ୍ର ସେଠି, ପ୍ରକାଶ ଚନ୍ଦ୍ର ମଲ୍ଲିକ, ସନ୍ତୋଷ ପ୍ରଧାନ ଏବଂ ମିତା ନାୟକ ଆଦି ସାମିଲ ହୋଇଥିବା ଜଣାପଡିଛି |

Comments are closed.