ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପଇଲା ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ମଙ୍ଗଳବାରଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ୩ ଆସନ ପାଇଁ ହେବ ନାମାଙ୍କନ । ତେବେ ମୁଖ୍ୟମନ୍ତ୍ରୀ କେଉଁ ୩ ଜଣଙ୍କୁ ଦିଲ୍ଲୀ ପଠାଇବେ ସେନେଇ ଚର୍ଚ୍ଚା ହେଉଛି। ଯୁବ, ମହିଳା ଓ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ନବୀନ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି।

ଓଡ଼ିଶାର ୩ଟି ଆସନରେ ଜୁନ୍‌ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ। ୩୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ସେହିପରି ଜୁନ୍‌ ୧ରେ ନାମାଙ୍କନ ଯାଞ୍ଚ, ୩ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହେବ।

Comments are closed.