ରାଜ୍ୟସଭା ଯିବେ କୁମାର ବିଶ୍ୱାସ !

କୁମାର ବିଶ୍ୱାସ ଯାଇପାରନ୍ତି ରାଜ୍ୟସଭା । ୟୁପିରୁ କୁମାରଙ୍କୁ ରାଜ୍ୟସଭା ପଠାଇପାରେ ଭାରତୀୟ ଜନତା ପାର୍ଟି । ମିଳିଥିବା ସୂଚନା ମୁତାବକ, ୟୁପିର ୭ଟି ରାଜ୍ୟସଭା ସିଟ୍ ପାଇଁ ୩୫ଟି ନାଁକୁ ପ୍ରସ୍ତୁତ କରାଯାଇଛି । ଯାହା ଭିତରେ ବିଜେପିର ଲୋକପ୍ରିୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ସହିତ କବି କୁମାର ବିଶ୍ୱାସଙ୍କ ନାଁ ମଧ୍ୟ ଥିବା ଚର୍ଚ୍ଚା ହେଉଛି ।

ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆବାସରେ ବିଜେପି କୋର୍ କମିଟିର ବୈଠକ ବସିଥିଲା । ଏହି ବୈଠକରେ କେଉଁ ମାନଙ୍କୁ ରାଜ୍ୟସଭା ପଠାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା ହେଇଛି । ରାଜ୍ୟସଭାର ୭ଟି ସିଟ୍ ପାଇଁ ୩୫ ଜଣଙ୍କ ନାଁ ଚୟନ କରାଯାଇଛି । ଏହି ୩୫ ଜଣଙ୍କ ଭିତରୁ ୭ ଜଣଙ୍କୁ ହିଁ ବିଜେପି ରାଜ୍ୟସଭା ପଠାଇବ । ଏହି ଲିଷ୍ଟ ଭିତରେ ସୁଧାଂଶୁ ତ୍ରିବେଦୀଙ୍କ ସହିତ କୁମାର ବିଶ୍ୱାସଙ୍କ ନାଁ ଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ଯଦି ବି କୁମାର ବିଶ୍ୱାସ ରାଜ୍ୟସଭା ନ ଯାଆନ୍ତି ତେବେ ଭବିଷ୍ୟତରେ ସେ ଲୋକସଭା ନିର୍ବାଚନ ମଧ୍ୟ ଲଢିପାରନ୍ତି ବୋଲି କୁହାଯାଉଛି । ବିଜେପି ଟିକେଟରୁ ସେ ୟୁପିର ଗାଜିଆବାଦ୍ ଲୋକସଭା ସିଟରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Comments are closed.