ରାଜୀବ ଗାନ୍ଧି ପ୍ରଥମେ ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ, ସୋନିଆ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତଥା ତାଙ୍କ ସ୍ବାମୀ ପ୍ରଥମେ ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପନ କରିଥିଲେ ବୋଲି ଆଜି କଂଗ୍ରେସ ପାର୍ଟି ତରଫରୁ ‘ମହିଳା ସଂରକ୍ଷଣ ବିଲ୍‌’ ଉପରେ ବିତର୍କ ଆରମ୍ଭ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି।

ବିତର୍କ ଆରମ୍ଭ କରି ସେ କହିଛନ୍ତି, ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ବ୍ୟାପକ ଭୂମିକା ନିର୍ବାହ କରିଥିଲେ। ମୋର ସ୍ବାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପ୍ରଥମେ ଏହି ବିଲ୍‌ ଉପସ୍ଥାପନ ଥିଲେ। ଯଦି ଗୃହରେ ଏହି ବିଲ୍‌ ପାରିତ ହୋଇଯାଏ ତେବେ ରାଜୀବ ଗାନ୍ଧୀଙ୍କ ପରିକଳ୍ପନା ସାକାର ହେବ।

ମହିଳାମାନେ ଏଥିପାଇଁ ଆଗରୁ ଅପେକ୍ଷା କରିଥିଲେ ଏବଂ ଆଉ କିଛି ବର୍ଷ ଅପେକ୍ଷା କର ବୋଲି ଏବେ ସେମାନଙ୍କୁ କୁହାଯାଇଥିବା କଥା ସୋନିଆ ଗାନ୍ଧୀ କହିଛନ୍ତି।

Comments are closed.