କାଶ୍ମୀରରେ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଓମାର

ଶ୍ରୀନଗର: ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଣି କେନ୍ଦ୍ରର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଜମ୍ମୁ- କଶ୍ମୀରରେ ନିର୍ବାଚନ କରାଇବାକୁ ସରକାର ଭୟ କରୁଛନ୍ତି।

ବଡ଼ଗାମଠାରେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ଓମାର କହିଛନ୍ତି, ଆମ ଦଳ କେବେବି ମହିଳାଙ୍କ ସଂରକ୍ଷଣ ବିରୋଧୀ ନୁହଁ। ଆଉ ଆମେ ଏଠାରେ ବିଭିନ୍ନ ପଞ୍ଚାୟତରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛୁ। ଆମ ଜନସଂଖ୍ୟାର ୫୦ ପ୍ରତିଶତ ଆମର ଭଉଣୀ ଏବଂ ମା’। ସେମାନେ ଜନ ପ୍ରତିନିଧି ହେବାର ସୁଯୋଗ ପାଇବା ଜରୁରୀ। ଏଥିରେ ଆମର କୌଣସି ଆପତ୍ତି ଆସିବ କାହିଁକି ବୋଲି କହିଛନ୍ତି। ତେବେ ଜମ୍ମୁ-କଶ୍ମୀରରେ ଦଳ ଉପରେ ଏହାର ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନର ଉତ୍ତରରେ ଓମାର କହିଛନ୍ତି, ନ୍ୟାଶନାଲ କନଫରେନ୍ସରେ ମହିଳା ପ୍ରାର୍ଥୀଙ୍କ ଅଭାବ ନାହିଁ। ଆମର ଏକ ମହିଳା ୟୁନିଟ୍‌ ଅଛି ଏବଂ ସେମାନେ ବେଶ୍‌ ସକ୍ରିୟ ଅଛନ୍ତି। କେନ୍ଦ୍ର ଆଣିଥିବା ଉପରାଜ୍ୟପାଳ ପ୍ରଶାସନର ଏକ ସ୍ପଷ୍ଟ ସନ୍ଦର୍ଭ ସମ୍ପର୍କରେ ଓମାର କହିଛନ୍ତି କୌଣସି ବିଲ ଆମକୁ ପ୍ରଭାବିତ କରିବ ନାହିଁ। ଆମେ କେବଳ ଯନ୍ତ୍ରଣା ଭୋଗୁଛୁ କାରଣ ରାଜ୍ୟରେ ନିର୍ବାଚନକୁ ସରକାର ଭୟ କରୁଛନ୍ତି। ଶାସକ ଏକଛତ୍ରବାଦୀ ହୋଇଛନ୍ତି। ସେମାନେ ନିର୍ବାଚନ କରିବାକୁ ଚାହୁଁନାହାନ୍ତି।

Comments are closed.