ରଜରେ ଅଘଟଣ, ଦୋଳିରୁ ପଡି ନାବାଳକ ଗୁରୁତର
କେନ୍ଦୁଝର : ସାରା ଓଡିଶା ଜାତୀୟ ପର୍ବ ରଜକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ରଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୌରପାଳିକା ୨୧ନଂ ତଥା ବ୍ରାହ୍ମଣୀଗାଁରେ ଦୋଳିରୁ ପଡ଼ି ଜଣେ ନାବାଳକ ଆହତ ହୋଇଛନ୍ତି। ସେ ହେଲେ ସିବୁ ନାଏକ(୧୨)। ଗତକାଲି ସାରେ ଦୋଳିରେ ଖେଳୁଥିବା ସମୟରେ ଦୋଳିରୁ ଖସିପଡ଼ି ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Comments are closed.