ବର୍ଷା ପାଇଁ ୪୧ନିଖୋଜ
ଡେରାଡୁନ : ଅମରନାଥ ଯାତ୍ରା ବେଳେ ବାଦଲ ଫଟା ବର୍ଷା ଫଳରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ଏବେ ବି ୪୧ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଥିବା ବେଳେ ୬୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଖୋଜ ମାନଙ୍କୁ ଉଦ୍ଧାର କରିବା ପାଇଁ ଜାମ୍ମୁ କାଶ୍ମୀର ପୋଲିସ, ଜାତୀୟ ବିପର୍ୟ୍ୟୟ ସୁରକ୍ଷା ବଳ ଏବଂ ଭାରତ ତିବ୍ବତ ସୀମା ପୋଲିସ ସମେତ ଭାରତୀୟ ସେନା ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଅମରନାଥରେ ବାଦଲ ଫାଟିବା କାରଣରୁ ପାହାଡ ଉପରୁ ପାଣି ମାଡିଆସିଥିଲା । କେହି କିଛି ବୁଝିବା ପୂର୍ବରୁ ଭୟଙ୍କର ଭାବେ ମାଡି ଆସିଥିଲା ଜଳ । ଯାହା ଫଳରେ ଅନେକ ଲୋକ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ଅକ୍ଷମ ହୋଇଥିଲେ । ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ଘଟିସାରିଛି । ଅନ୍ୟପଟେ ୬୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଦଲ ଫଟା ବର୍ଷା ଫଳରେ ଉତ୍ତରାଖଣ୍ଡର ପହଲଗାମ ଏବଂ ବାଲତଲରେ ଅସ୍ଥାୟୀ ଭାବେ ଯାତାୟତ ବାତିଲ କରିିିଦିଆଯାଇଛି ।
Comments are closed.