ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଯାତ୍ରୀମାନଙ୍କୁ ତାଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଟ୍ରେନ୍ ଏବଂ ଷ୍ଟେସନରେ ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ଅନୁରୋଧ କରାଯାଉଛି |
ଖୋର୍ଦ୍ଧା(ସଞ୍ଜୀବ କୁମାର) : କୌଣସି ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଚଳନ୍ତି ଟ୍ରେନରେ ଆଲାର୍ମ ଚେନ୍ ଟାଣନ୍ତୁ ନାହିଁ |
ରେଲୱେ ଟ୍ରାକରେ ଅନଧିକାର ପ୍ରବେଶ ( ଟ୍ରେସପାସ୍ ) କରନ୍ତୁ ନାହିଁ |
କୌଣସି ଯଥାର୍ଥ କାରଣ ବିନା ଟ୍ରେନରେ ଆଲାର୍ମ ଚେନ୍ ଟାଣିବା (ACP) ଏବଂ ରେଲୱେ ଟ୍ରାକରେ ନିୟମିତ ଅନଧିକାର ପ୍ରବେଶ (ଟ୍ରେସପାସ୍) ଘଟଣାକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ନିଜ ଯାତ୍ରୀମାନଙ୍କୁ ଟ୍ରେନ୍ ଏବଂ ଷ୍ଟେସନରେ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ଏବଂ କୌଣସି ପ୍ରକାର ଦୁର୍ଘଟଣାରୁ ନିଜକୁ ଦୂରେଇ ରଖିବା ପାଇଁ ଅନୁରୋଧ କରୁଛି |ଟ୍ରେନରେ ଥିବା ଆଲାର୍ମ ଚେନ୍ ଗୁଡିକ, ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ, ଟ୍ରେନକୁ ଅଟକାଇବା ଲାଗି ଉଦ୍ଦିଷ୍ଟ | କିନ୍ତୁ କୋୖଣସି ଯଥାର୍ଥ କାରଣ ବିନା ଆଲାର୍ମ ଚେନ୍ ଟାଣିବା ଏକ ଦଣ୍ଡନୀୟ ଅପରାଧ ଏବଂ ଏହା ମଧ୍ୟ ଜୀବନ ପ୍ରତି ବିପଦ ଆଣିପାରେ |ସମ୍ପ୍ରତି, ଆଲାର୍ମ ଚେନ୍ ଟାଣିବା ଏବଂ ପ୍ଲାଟଫର୍ମ ପାର୍ଶ୍ୱ ବଦଳରେ ଅନ୍ୟ ପାର୍ଶ୍ବରେ ଟ୍ରେନରୁ ଓହ୍ଲାଇବା ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଯାତ୍ରୀମାନେ ନିଜ ଜୀବନକୁ ବିପଦରେ ପକାଇ ଦେଇଛନ୍ତି। ଯାତ୍ରୀମାନେ ରେଳବାଇ କର୍ତ୍ତୃପକ୍ଷଙ୍କ ଦ୍ଵାରା ବାରମ୍ବାର ସଚେତନତା, ପରାମର୍ଶ ଏବଂ ସତର୍କତା ପରେ ମଧ୍ୟ ଏପରି ତ୍ରୁଟି କରୁଛନ୍ତି |
ଯାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ସୁରକ୍ଷା ବଳ (ଆରପିଏଫ) ନିୟମିତ ଭାବରେ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ରେଳ ଷ୍ଟେସନରେ ପବ୍ଲିକ ଆନାଉନ୍ସ ସିଷ୍ଟମ ମାଧ୍ୟମରେ ନିୟମିତ ଘୋଷଣା/ଜିଙ୍ଗଲ୍ସ ମଧ୍ୟ ଖେଳାଯାଉଛି |
ଖୋର୍ଦ୍ଧା ରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ସମସ୍ତ ଯାତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଟ୍ରେନ୍ ଏବଂ ଷ୍ଟେସନରେ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରନ୍ତୁ । କେବଳ ଦଣ୍ଡରୁ ନିଜକୁ ଦୂରେଇ ରଖନ୍ତୁ ନାହିଁ ବରଂ ନିଜର ମୂଲ୍ୟବାନ ଜୀବନ ରକ୍ଷା କରନ୍ତୁ ।
Comments are closed.