ଚାନ୍ଦପୁର ପୋଲିସର ଚଢ଼ାଉ
ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ ଜ଼ିଲ୍ଲା ଚାନ୍ଦପୁର ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୁଡ଼ ରେ ଚାନ୍ଦପୁର ପୋଲିସ l ଗତକାଲି ସନ୍ଧ୍ୟାରେ ଚାନ୍ଦପୁର ପୋଲିସ ରାଇପଡା ଛକରେ ଚଢ଼ାଉ କରି 58 ଟି ଆସ୍କାଫଟି ଓ ଗୋଟିଏ ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତର ନାମ ମହେଶ୍ୱର ସ୍ୱାଇଁ l ସେ ପୂର୍ବରୁ ବିଭିନ୍ନ ନିଶା କାରବାର ରେ ସମ୍ପୂକ୍ତି ଥିବାବେଳେ ତା ବିରୁଦ୍ଧରେ ନୟାଗଡ ଜ଼ିଲ୍ଲା ର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l
Comments are closed.